ଭୁବନେଶ୍ୱର: ଏଣିକି ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅନୁପସ୍ଥିତ ରହିଲେ ଘରକୁ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଯାଇ ଖବର ନେବେ । କାହିଁକି ପିଲା ଅନୁପସ୍ଥିତ ରହିଛି ତଥ୍ୟ ସଂଗ୍ରହ କରିବେ । ଏଥିପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।
ବିଦ୍ୟାଳୟରେ ଡ୍ରପ୍ ଆଉଟ୍ ସଂଖ୍ୟା ହ୍ରାସ, ବାଲ୍ୟ ବିବାହ ଏବଂ ଯୌନ ଶୋଷଣ ଭଳି ସମସ୍ୟାକୁ ଏଡ଼ାଇବାକୁ ଶିକ୍ଷା ନିର୍ଦ୍ଦେଶାଳୟ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯଦି କୌଣସି ଛାତ୍ରଛାତ୍ରୀ ଏକ ସପ୍ତାହ କିମ୍ବା ତଦୁର୍ଦ୍ଧ୍ୱ ସମୟ ଯାଏଁ ବିଦ୍ୟାଳୟକୁ ନ ଆସନ୍ତି କିମ୍ବା ଅନୁପସ୍ଥିତ ରୁହନ୍ତି, ତେବେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ପିଲାଙ୍କ ଘରକୁ ଗସ୍ତ କରିବେ । ସିଏ କାହିଁକି ଅନୁପସ୍ଥିତ ରହିଛନ୍ତି ଏବଂ ସମସ୍ୟା କଣ ରହିଛି ତାହା ଅଭିଭାବକଙ୍କ ଠାରୁ ପଚାରି ବୁଝିବେ । ଏଥିପାଇଁ ସମସ୍ତ ଡିଇଓ ଓ ବିଇଓଙ୍କୁ ଚିଠି ଲେଖାଯାଇଛି ।
ଅଧିକ ପଢ଼ନ୍ତୁ:- ଆସନ୍ତା ୧୨ରେ ମୋକିମଙ୍କ ବିଶାଳ ଯୁବ ସମାବେଶ