ଉପ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଝାରସୁଗୁଡା ବିଜେପି ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ବେହେରାମାଲ ଛକରୁ ଦଳୀୟ ସମର୍ଥକ ଏବଂ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହା ସହ ବ୍ରଜରାଜନଗର ଓ ଝାରସୁଗୁଡ଼ାର କଂଗ୍ରେସ ବିଧାନସଭା ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ବ୍ରଜରାଜନଗର ବିଧାନ ସଭା ଆସନ ପାଇଁ ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଝାରସୁଗୁଡ଼ା ଆସନ ପାଇଁ ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳଙ୍କୁ ଦଳ ପ୍ରାର୍ଥୀ କରିଛି। ତେବେ ଦୁଇ ବିଧାୟକ ପାର୍ଥି ଦଳୀୟ ସମର୍ଥକଙ୍କ ସହ ବିରାଟ ପଟୁଆରରେ ବାହାରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନିଜ ନାମାଙ୍କନ ଦାଖଲ କରିଛନ୍ତି।
ଅଧିକ ପଢନ୍ତୁ : ଦେବଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ