ତମାଣ୍ଡୋ ଥାନା ପାତ୍ରପଡା ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ୟାସ ବୋଝେଇ ଟ୍ରକକୁ ଦୁଇଟି ଟ୍ରକ ଏକାବେଳକେ ଧକ୍କା ଦେଇଛି । ଯାହା ଫଳରେ ପଛ ଗାଡିରେ ଥିବା ଡ୍ରାଇଭତ ଜଣଙ୍କ ଚାପି ହୋଇ ରହିଯାଇଥିଲେ । ଖବର ପାଇ ତମାଣ୍ଡୋ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଡ୍ରାଇଭର ଜଣଙ୍କୁ ଉଦ୍ଧାର କରିଛି । ତେବେ ଦୁର୍ଘଟଣା ହୋଇଥିବା ଯୋଗୁଁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏବଂ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ହଟାଇବାକୁ ଚେଷ୍ଟା କରୁଥିବା ବେଳେ ଗାଡି ଚଳାଚଳକୁ ସ୍ୱଭାବିକ କରିବା ପାଇଁ ଉଦ୍ୟମ ଜାରି ରଖିଛି ।