ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ସଂସ୍କୃତ ମହାବିଦ୍ୟାଳୟ ଛକରେ ଏକ ବଡ ଅଘଟଣ ଘଟିଯାଇଛି । ରାସ୍ତାରେ ଯାଉଥିବା ବାଇକ ଆରୋହୀଙ୍କ ଉପରେ ଏକ ଆଇରନ ବୋଝେଇ ଟ୍ରକ ଚଢିଯାଇଛି । ଫଳରେ ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ବେତଡା ବରଣ୍ଡୁଆ ନଛିବନ୍ଧା ଗାଁର ଶୁଭ୍ରାଂଶୁ ଦାସ । ସୂଚନା ଅନୁସାରେ ଶୁଭ୍ରାଂଶୁ ବାସୁଦେବପୁରରୁ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିବା ବେଳେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ମୃତକ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।