ଖରା ପାଇଁ ସମ୍ବଲପୁର ଚିଡିଆଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ଲହରୀ । ପ୍ରଚଣ୍ଡ ରୌଦ୍ରତାପ ପ୍ରଭାବରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଦିନ ୧୧ ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡିଛି । ମନୁଷ୍ୟ ମାନେ ସିନା ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ନିଜ ନିଜର ବ୍ୟବସ୍ଥା କରୁଛନ୍ତି କିନ୍ତୁ ପଶୁପକ୍ଷୀମାନେ କାହାକୁ ପ୍ରକାଶ କରିପାରୁନାହାନ୍ତି । ସେମାନେ କହିପାରୁନାହାନ୍ତି ସତ କିନ୍ତୁ ସେମାନଙ୍କୁ କଷ୍ଟ ଅନୁଭୂତ ହେଉଥିବ । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଚିଡିଆଖାନାରେ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ପଶୁପକ୍ଷୀମାନେ କିପରି ଖରାରୁ ରକ୍ଷା ପାଇବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । ଗ୍ରୀଷ୍ମରେ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ସେଡ୍ ସାଙ୍ଗକୁ, ପଶୁପକ୍ଷୀଙ୍କ ଉପରେ ନିୟମିତ ପାଣି ଛିଞ୍ଚନ କରାଯାଉଛି । ପ୍ଲେଟରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ବଢାଯାଇ ସେମାନଙ୍କୁ ଦିଆଯାଉଛି । ସେହି ଉତ୍ସବଡୁ ଖାଦ୍ୟ ଗୁଡିକ ହେଉଛି ତରଭୁଜ, ଗ୍ରୀଷ୍ମକାଳୀନ ଖାଦ୍ୟ, ଆଖୁରସ ଗ୍ଲୁକୋଜ ପାଣି ଇତ୍ୟାଦି । ହରିଣ, ସମ୍ବର, ଚଉସିଙ୍ଗା ଓ କୁଟୁରା ମାନଙ୍କ ପାଇଁ ଫ୍ରୁଟ ସାଲାଡ ORS ପାଣି ଧାନ ନଡାରେ ଭଲଭାବରେ ସିଞ୍ଚନ କରାଯାଉଛି । ଏଥିସହ ପ୍ରତି ୨୪ ଘଣ୍ଟାରେ ପାଣିକୁଣ୍ଡରେ ପାଣି ଭର୍ତ୍ତି କରାଯାଉଛି ।
ଅଧିକ ପଢନ୍ତୁ :ଆଜିଠୁ ୩ ମାସ ବନ୍ଦ ରହିବ ଭିତରକନିକା