ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଖମାରରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ସଂକଳ୍ପ ପତ୍ର ଓ ରିପୋର୍ଟ କାର୍ଡ ଜାରି କରିଛନ୍ତି ବିଜେପି ବଲାଙ୍ଗିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ଏବଂ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ । ସାଂସଦ ପ୍ରାର୍ଥୀ ସଂଗୀତା କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାରେ କୃଷି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ଦିଗରେ ଆଗାମୀ ସମୟରେ ସେ ବିଶେଷ ଦୃଷ୍ଟି ଦେବା ସହ ଚାଷ ପାଇଁ ଇରିଗେସନ୍ ସୁବିଧା ଦିଗରେ ପଦକ୍ଷେପ ନେବେ । ଏଥିସହିତ ଦାଦନ ସମସ୍ୟା ପ୍ରତି ତାଙ୍କ ନଜର୍ ରହିବ। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ତାଙ୍କ ସ୍ୱାମୀ କନକ ବର୍ଦ୍ଧନ ସିଂହଦେଓ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏବଂ ଦିନେଶ ଶର୍ମା ଉପସ୍ଥିତ ଥିଲେ ।
ଅଧିକା ପଢନ୍ତୁ:ଶନିବାର ବରଗଡ଼ ଓ ଫୁଲବାଣୀ ଯିବେ ନରେନ୍ଦ୍ର ମୋଦି