ଶନିବାର ଫୁଲବାଣୀ ଆସୁଛନ୍ତି ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ସେ ପୁଣି କନ୍ଧମାଳ ପରି ଅପହଞ୍ଚ ଆଦିବାସୀ ଇଲାକାକୁ। ଫୁଲବାଣୀର କନ୍ଧମାଳ ଷ୍ଟାଡିୟମ୍ ଠାରେ ବିଶାଳ ଜଳ ସମାବେଶକୁ ଉଦବୋଧନ ଦେବେ ମୋଦୀ ଜି। ସେଥିପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ବିଭିନ୍ନ ପଡିଆକୁ ଚୟନ କରାଯାଇଥିବା ବେଳେ ଶେଷରେ ଚୁଡାନ୍ତ ହୋଇଛି କନ୍ଧମାଳ ଷ୍ଟାଡିୟମ୍। ସମ୍ପୂର୍ଣ ଅଞ୍ଚଳକୁ ଏସପି ଜି ନିଜ ଅକ୍ତିକାର କୁ ନେଇଯାଇଛି। ଷ୍ଟାଡିୟମ କୁ ସିଲ କରାଯିବା ସହିତ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଏହା ସହିତ ଏହି ଅଞ୍ଚଳକୁ ନୋ ଫ୍ଲାଏ ଜୋନ ଘୋଷଣା କରାଯାଇଛି। ସେହିପରି ନୋ ଡ୍ରୋନ ଜୋନ କରାଯାଇଛି। ମୋଦୀଙ୍କ ଗସ୍ତ ପାଇଁ ସବୁ ଛାମୁଆ ସଂଗଠନ ନେତା ଓଙ୍କର୍ମି ଏକାକାର ହୋଇଛି ଏବଂ ଦୀର୍ଘ ୩୬ ବର୍ଷ ପରେ ଜଣେ ପ୍ରଧାନମନ୍ତ୍ରୀ କନ୍ଧମାଳ ଆସିବା ଆମ ଗର୍ବ ବୋଲି କହିଛନ୍ତି ନେତା।
ଅନ୍ୟପଟେ ଦୀର୍ଘ ୯ ବର୍ଷ ବରଗଡ଼ ଆସିବେ ଯଶଶ୍ୱୀ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଯାହାକୁ ନେଇ ପଶ୍ଚିମ ଓଡ଼ିଶାର ଖୁସିର ଲହରୀ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କୁ ନେଇ ବିଜେପି ନେତା,କର୍ମୀ ,ଚାଷୀ ,ଯୁବକ ମହିଳା ସମସ୍ତେ ଉତ୍ସାହିତ । ଆସନ୍ତା କାଲି ଦିନ ଗୋଟାଏରେ ବରଗଡ଼ ବିକାଶ ଗ୍ରାଉଣ୍ଡ ରେ ସେ ଅବତରଣ କରିବେ ।ପରେ ସୁରକ୍ଷା ବଳୟ ମଧ୍ୟରେ ସେ ବରଗଡ଼ ଟୋଲ ପ୍ଲାଜା ପାଖରେ ଥିବା ପଡ଼ିଆରେ ନିର୍ବାଚନୀ ସଭାକୁ ଯାଇ ଉଦବୋଧନ ଦେବେ ପିଏମ ।
ମୋଦିଙ୍କୁ ଦେଖିବା ପାଇଁ,ତାଙ୍କ ଗୋଟିଏ ଝଲକ୍ ପାଇବା ପାଇଁ ସମସ୍ତେ ଅପେକ୍ଷାରତ ଓ ଖୁସି । ଦୀର୍ଘ୍ ୯ ବର୍ଷ ପରେ ସେ ପୁଣି ବରଗଡ଼ ନିର୍ବାଚନୀ ସଭାକୁ ଆସୁଥିବାରୁ ସମସ୍ତେ ବେଶ୍ ଉତ୍ସାହିତ । ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କଡାକଡି କରାଯାଇଛି । ଏନେଇ ବରଗଡ଼ ଏସପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି l