ଭୁବନେଶ୍ୱର: ରଥଯାତ୍ରା ଅବ୍ୟହିତ ପୂର୍ବରୁ ପ୍ରସ୍ତୁତକୁ ନେଇ ସଜାଗ ହୋଇଛନ୍ତି ନବ ନିଯୁକ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ମୁଖ୍ୟ ଶାସନ ସଚିବ ରଥଯାତ୍ରାତୁ ନେଇ ପ୍ରସ୍ତୁତି ବୈଠକ କରିଛନ୍ତି । ୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।
ଲୋକ ସେବା ଭବନରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ରଥଯାତ୍ରା ପ୍ରସ୍ତୁତି ବୈଠକ କରିଛନ୍ତି । ସ୍ୱାସ୍ଥ୍ୟ, ପିଇବା ପାଣି, କ୍ୱାଲିଟି ମନିଟର୍, ସ୍ୱଚ୍ଛତା, ଭିଡ଼ ନିୟନ୍ତ୍ରଣ ଏବଂ ଟ୍ରାଫିକ୍ ସମସ୍ୟା ଆଦି ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ବିଗତ ଦିନରେ ରଥଯାତ୍ରା ସମୟରେ ହୋଇଥିବା ତ୍ରୁଟିକୁ ଚିହ୍ନଟ କରି କ’ଣ ପଦକ୍ଷେପ ନିଆଯିବ ସେଥିପାଇଁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ପ୍ରତି ମାସରେ ପ୍ରସ୍ତୁତିର ସମୀକ୍ଷା କରାଯିବ ।
ଏହି ବୈଠକରେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।