ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ବଡ଼ ଖବର। ଏବେ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତ ନିବାସଗୁଡ଼ିକରେ ରହିବା ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି। ପ୍ରଶାସନ ପକ୍ଷରୁ ଭକ୍ତ ନିବାସରେ ଗାଡ଼ି ପାର୍କିଂରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ନୂତନ ନିୟମ ଅନୁଯାୟୀ, ଜାନୁଆରୀ ୭ ତାରିଖରୁ ପୁରୀର ସମସ୍ତ ଚାରୋଟି ଭକ୍ତ ନିବାସରେ ପ୍ରଥମ ଥର ପାଇଁ ଏହି ପାର୍କିଂ ଫି ଲାଗୁ ହୋଇଛି।
ଏଣିକି ୨୪ ଘଣ୍ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପାର୍କିଂ ପାଇଁ ୫୦୦ ଟଙ୍କା ସହ ଅତରିକ୍ତ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ୪ ଗୋଟି ଭକ୍ତ ନିବାସ ଯଥା ନୀଳାଦ୍ରି ଭକ୍ତ ନିବାସ, ନୀଳାଚଳ ଭକ୍ତ ନିବାସ, ପୁରୁଷତମ ଭକ୍ତ ନିବାସ ଓ ଗୁଣ୍ଡିଚା ଭକ୍ତ ନିବାସକୁ ଆସୁଥିବା ଭକ୍ତମାନେ ଏବେ ସେମାନଙ୍କ କାର ପାର୍କିଂ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। ପ୍ରଶାସନ ପକ୍ଷରୁ ୫୦୦ ଟଙ୍କା ପାର୍କିଂ ଫି କରାଯାଇଛି। ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି। ତେବେ ପରିଚାଳନା କମିଟି ବୈଠକରେ ପାର୍କିଂ ଫି ବୃଦ୍ଧି ନେଇ କୌଣସି ଆଲୋଚନା ହୋଇନାହିଁ। ୨୪ ଘଣ୍ଟାକୁ ୧୮ ପ୍ରତିଶତ ଜିଏସଟି ମିଶାଇ ୫୦୦ ଟଙ୍କା ପାର୍କିଂ ଫି ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଚାନକ ଏଭଳି ନିଷ୍ପତ୍ତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ତେବେ ଏହି ନୂଆ ଶୁଳ୍କ ଲାଗୁ ହେବା ପରେ SJTA ପ୍ରଥମ ଥର ପାଇଁ ଭକ୍ତ ନିବାସରେ ପାର୍କିଂ ପାଇଁ ଦେୟ ଆଦାୟ କରିଛି। ଏନେଇ ଭକ୍ତମାନଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି, କେତେକ ଏହାକୁ ଶୃଙ୍ଖଳା ଦିଗରେ ଏକ ପଦକ୍ଷେପ ଭାବରେ ସ୍ୱାଗତ କରିଥିବା ବେଳେ କେତେକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଭିନ୍ନ ମତ ସତ୍ତ୍ୱେ, ଶ୍ରୀମନ୍ଦିର ପ୍ରଶାସନ ତାର ନିଷ୍ପତ୍ତିରେ ଅଟଳ ରହିଛି।
ଅଧିକ ପଢନ୍ତୁ: ଶୀତରେ ଥରୁଛି ରାଜଧାନୀ, ପାରଦ ୯ ଡିଗ୍ରୀ ୧୯୫୨ ମସିହାର ରେକର୍ଡ ଭାଙ୍ଗିଲା ଶୀତ