ଭୁବନେଶ୍ୱର: ଶୀତରେ ଥରୁଛି ରାଜଧାନୀ । ପାରଦ ୯ ଡିଗ୍ରୀ ୧୯୫୨ ମସିହାର ରେକର୍ଡ ଭାଙ୍ଗିଲା ଶୀତ । ରାଜଧାନୀ ଭୁବନେଶ୍ୱରରେ ରେକର୍ଡ କଲା ଶୀତ । ଭୁବନେଶ୍ୱରରେ ତାପମାତ୍ର ୯.୪ ରେକର୍ଡ କରାଯାଇଛି। ଏହାପୂର୍ବରୁ ୨୦୧୨ରେ ୯.୩ ଡିଗ୍ରୀ ଥିଲା। ୧୩ ବର୍ଷ ପରେ ପୁଣି ଥରେ ଖସିଛି ରାଜଧାନୀର ପାରଦ। ପୂର୍ବରୁ ୧୯୫୨ ମସିହାରେ ୯.୪ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଥିଲା ।
୧୯୯୨ରେ ୮.୬, ୨୦୦୩ରେ ୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେପଟେ ଝାରସୁଗୁଡା ୮.୮ ଡିଗ୍ରୀ, କେନ୍ଦୁଝର ୯.୮ ଡିଗ୍ରୀ, ବାଲେଶ୍ୱର ୧୨ ଡିଗ୍ରୀ, ପାରାଦୀପ ୧୩.୪ ଡିଗ୍ରୀ, ଚାନ୍ଦବାଲି ୧୩.୬ ଡିଗ୍ରୀ, ଗୋପାଳପୁର ୧୪.୬ ଡିଗ୍ରୀ, ପୁରୀ ୧୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତକାଲି ଶିମିଳିପାଳରେ ଶୂନ ଡିଗ୍ରୀକୁ ଚାଲିଯାଇଥିଲା ପାରଦ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ଆହୁରି ବଢ଼ିବ ଜାଡ଼। ରାଜ୍ୟରେ ଆହୁରି ୩ ଦିନ ଯାଏଁ ଲାଗି ରହିବ ଶୀତ ଲହରୀ।