ଟ୍ରାଫିକ ଛକରେ ମୋବାଇଲକୁ ବାରଣ khabar odisha :03/04/2024 Share story: ଏଣିକି ଟ୍ରାଫିକ ଛକରେ ମୋବାଇଲ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଟ୍ରାଫିକ ସିଗନାଲ ଡ୍ରାଇଭିଂ ର ଏକ ଅଂଶ ହୋଇଥିବାରୁ ଏହି ନିୟମ କରାଯାଇଛି । ରାଜଧାନୀରେ ମୋଲାଇଲ ଫୋନରେ କଥା ହେବା କ୍ଷେତ୍ରରେ ଧରାପଗଡକୁ ବ୍ୟାପକ କରାଯାଇଥିବା ବେଳେ ମୋବାଇଲ ଫୋନରେ କଥା ହେବା ସମୟରେ କଥା ହେବା ସମୟରେ ଧରାପଡିଲେ ଗାଡିକୁ ଜବତ କରାଯାଉଛି । ଏବଂ ଜୋରିମାନା ଦେବା ପରେ ଗାଡି ମୁକୁଳିଛି । ସୂଚନା ଅନୁସାରେ ଅନେକ ଲୋକ ଗାଡି ଚଲାଇବା ସମୟରେ ଫୋନର ବ୍ୟବହାର କରିବା , ଇୟରଫୋନ ଦେଇ ଗୀତ ଶୁଣିବା , ଫଟୋ ଉଠାଇବା ସହ ଭିଡିଓ ମଧ୍ୟ ସୁଟିଂ କରୁଛନ୍ତି । ଯାହା ଫଳରେ ଅନେକ ଦୁର୍ଘଟଣା ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଉ ଏହି ନିୟମକୁ ଅବମାନନା କଲେ ଓଡ଼ିଶା ମୋଟରଯାନ ଆଇନ୍ ଅନୁଯାୟୀ ୫ହଜାର ଟଙ୍କା ଜରିମାନା ଏବଂ ସହରାଞ୍ଚଳ ପୁଲିସ ଆଇନ୍ ଅନୁସାରେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏମିତିକି ଇୟରଫୋନ ଲଗାଇ ଗାଡି ଚାଳାଉଥିବା ସମୟରେ ଧରାପଡିଲେ ଲାଇସେନ୍ସ ବାତିଲ କରାଯିବା ନେଇ ନିୟମ ମଧ୍ୟ ରହିଛି । ଏହାସହ ସଚେତନତା ଲାଗି ସହରର କିଛି ଛକରେ ଫଳକ ମଧ୍ୟ ଲଗାଯାଇଛି । ଏବଂ ଆଗକୁ ଆହୁରି ୧୫ ଟି ହୋର୍ଡିଂ ଲାଗିବାର ବ୍ୟବସ୍ଥା କରାଯାଇଛି । traffic odisha mobile Henilprava Swain, Author, 03/04/2024