ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ସୁରକ୍ଷା ବ୍ୟବସ୍ଥା କଡାକଡି ଖବର ଓଡିଶା : 08/02/2023: Share story: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବୃଆରୀ ୧୦ରେ ଭୁବନେଶ୍ୱରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଶୁକ୍ରବାର ୧୧ଟା ୪୫ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବ୍ଲୁବୁକ୍ ଆଧାରରେ ରାଷ୍ଟ୍ରପତିଙ୍କୁ ଦିଆଯିବ ସୁରକ୍ଷା । ୨ଶହରୁ ଅଧିକ ଅଫିସରଙ୍କ ସହ ୪୦ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ ଗୁରୁବାର ଦିନ ଫାଇନାଲ କାରକେଡ ରିହର୍ସାଲ କରାଯିବ । ଏୟାରପୋର୍ଟରେ ପହଞ୍ଚିବା ପରେ ରମାଦେବୀ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । । ୧୧ ତାରିଖ ଦିନ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି ମହାମହିମ ରାଷ୍ଟ୍ରପତି ସେଥିପାଇଁ ଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଡିସିପି ଯାଞ୍ଚ କରିବେ । PresidentDraupadiMurmu Odisha KhabarOdisha ଖବର ଓଡ଼ିଶା, Reporter, 08/02/2023