ମାଲକାନଗିରି ସହରର ଡିଏନକେ ଛକ ନିକଟରେ ଏକ ଅଘଟଣ ଘଟିଯାଇଛି । ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜଣେ ମହିଳା ଯାଉଥିବା ସମୟରେ ବିପରୀତ ପଟୁ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଅନ୍ୟ ଜଣେ ସାଇକେଲ ଚାଳକ ଗୁରୁତର ହୋଇଛନ୍ତି । ମୃତ ମହିଳା ଜଣଙ୍କ ମାଲକାନଗିରି ପୈାର ପରିଷଦର ଝାଡୁଦାର ବୋଲି ଜଣାପଡିଛି । ତେବେ ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।