ଭୁବନେଶ୍ୱର: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଅପରାହ୍ନ ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ ବୈଠକରେ ୭ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ବୋଲି ଆଶା କରାଯାଉଛି।
ସୂଚନା ଅନୁଯାୟୀ, ରାଜସ୍ୱ ସେବାରେ ସଂସ୍କାର ଆଣିବାପାଇଁ କେତେକ ପ୍ରସ୍ତାବକୁ ଅନୁମୋଦନ ମିଳିବାକୁ ରହିଥିବାବେଳେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନିଆଯିବାକୁ ରହିଛି। ଏହାବାଦ୍ ସାଧାରଣ ପ୍ରଶାସନ, ଅର୍ଥ ଭଳି କେତେକ ବିଭାଗର ପ୍ରସ୍ତାବର ଆଲୋଚନା ହୋଇପାରେ। ସେହିପରି ଗଣଶିକ୍ଷା, ଏବଂ ସ୍ୱାସ୍ଥ୍ୟ ବିଭାଗର କିଛି ପ୍ରମୁଖ ପ୍ରସ୍ତାବଗୁଡ଼ିକରେ ମଧ୍ୟ ଅନୁମୋଦନ ମିଳିବାର ଆଶା କରାଯାଉଛି।
ଅଧିକ ପଢନ୍ତୁ: କନ୍ୟା ବିବାହ ଯୋଜନାରେ ପ୍ରୋତ୍ସାହନ ଦେବେ ସରକାର: ସ୍ୱାକ୍ଷର ହୋଇଛି MOU