କଟକ: ତିନି ବର୍ଷ ତଳର ହତ୍ୟା ଅଭିଯୋଗରେ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ କଟକ ତିଗିରିଆ ଥାନା ଗୋକର୍ଣ୍ଣଖାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ନାୟକ।
୨୦୨୩ ଏପ୍ରିଲ ୧୮ ତାରିଖରେ ହୋଲି ଦିନ କଟରା ଗ୍ୟାଙ୍ଗ ମୁଖ୍ୟ ବିଶ୍ଵନାଥକୁ ହତ୍ୟା କରାଯାଇଥିଲା । ତିଗିରିଆ ଥାନା ଗୋକର୍ଣ୍ଣଖାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ନାୟକ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ । ଘଟଣା ପରଠାରୁ ସେ ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିଲେ । ତେବେ ପ୍ରଶାନ୍ତ ନିକଟରେ ପୁଣି ଥରେ ଘରକୁ ଫେରିଥିଲେ । ଏ ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ସ୍କୁଲରେ ପାଠ ପଢ଼ାଉଥିବାବେଳେ ପୋଲିସ ଛଦ୍ମ ବେଶରେ ଯାଇ ତାଙ୍କୁ ଧରିବାରେ ସଫଳ ହୋଇଛି ।