ଭୁବନେଶ୍ୱର: ନିଆଁରେ ଜଳ ପୋଡ଼ି ଛାରଖାର ହୋଇଯାଉଛି ହେକ୍ଟର୍ ହେକ୍ଟର ଜଙ୍ଗଲ । ଗତ ଗତ ୧୭ ମାସରେ ୪ ହଜାର ୬୦୯ ହେକ୍ଟର ଜଙ୍ଗଲ ନିଆଁରେ ଆଁରେ ଆସି କ୍ଷତିଗ୍ରସ୍ତ ହୋଇଛି । ଗୃହରେ ଏଭଳି କିଛି ଉଦବେଗନଜନକ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
କଂଗ୍ରେସ ବିଧାୟକ ଦଳ ନେତା ଓଡ଼ିଶାରେ ସର୍ବମୋଟ କେତେ ଜଙ୍ଗଲ ରହିଛି, ଗତ ଜୁଲାଇ ୨୦୨୪ ଠାରୁ ଏ ପର୍ଯ୍ୟନ୍ତ କେତେ ଜଙ୍ଗଲ ନିଆଁ ଲାଗି ନଷ୍ଟ ହୋଇଛି ଏବଂ କେତେ ବନ୍ୟପ୍ରାଣୀ ପ୍ରାଣ ହରାଇଛନ୍ତି ତାର ପ୍ରଦାନ କରିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ କହିଥିଲେ । ଏହା ସହିତ ଜଙ୍ଗଲ ନିଆଁ ରୋକିବାକୁ ସରକାର କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଜାଣିବାକୁ ଚାହିଁଥିଲେ । ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୫୨,୪୩୩.୫୬ ବର୍ଗ କିଲୋମିଟର ଜଙ୍ଗଲ ରହିଛି । ଗତ ଜୁଲାଇ ୨୦୨୪ରୁ ଆଜିଯାଏଁ ୪ ହଜାର ୬୦୯ ହେକ୍ଟର ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତ ହୋଇଛି । ତେବେ ଏଥିରେ କୌଣସି ପଶୁ, ପକ୍ଷୀ ଓ ବନ୍ୟଜନ୍ତୁଙ୍କ ଜୀବନ ହାନିର କୌଣସି ସୂଚନା ନ ଥିବା କହିଛନ୍ତି । ସେହିପରି ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବନୀକରଣ କାର୍ଯ୍ୟକ୍ରମ ଜାରି ରହିଛି । ସାରା ରାଜ୍ୟରେ ବିଗତ ୨୦୨୪- ୨୫ ଆର୍ଥିକ ବର୍ଷରେ ୩୦,୯୨୧.୧୪ ହେକ୍ଟର ଜଙ୍ଗଲ ଜମିରେ ୧୯୭.୭୮ ଲକ୍ଷ ଚାରା ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୨୫,୯୫୯.୬୩ ହେକ୍ଟର ଜଙ୍ଗଲ ଜମିରେ ୨୦୫.୧୦ ଲକ୍ଷ ଚାରା ରୋପଣ ହୋଇଛି । ଚାରା ରୋପଣ ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର।