ଭୁବନେଶ୍ୱର: ଦୁଷ୍କର୍ମକାରୀକୁ ୨୦ ବର୍ଷର ସଜ୍ଜା। ଏକ ଦୁଷ୍କର୍ମ ମାମଲାର ବିଚାର କରି ସ୍ୱତନ୍ତ୍ର ବିଚାରପତି (ପକ୍ସୋ) ଭୁବନେଶ୍ୱର ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାର ବିଚାରକରି କୋର୍ଟ ମାତ୍ର ୩୭ ଦିନ ମଧ୍ଯରେ ରାୟ ଶୁଣାଇଛନ୍ତି। ଭୁବନେଶ୍ୱର ଚନ୍ଦକା ଥାନା କେସ ନମ୍ବର ୩୪୭ ରେ ଗତ ୦୨.୦୯.୨୦୧୫ ତାରିଖରେ ଏହି ଦୁଷ୍କର୍ମ ମାମଲା ମୁନା ବେହରା ନାମରେ ଦାୟର ହୋଇଥିଲା।
ଆଜି (ଗୁରୁବାର) ସ୍ୱତନ୍ତ୍ର ବିଚାରପତି ପକ୍ସୋ ମାମଲାର ବିଚାର କରି ଅଭିଯୁକ୍ତ ମୁନା ବେହରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି। ଏଥିସହ କୋର୍ଟ ପୀଡ଼ିତାଙ୍କୁ ଛଅ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ଡେପୁଟି ଡାଇରେକ୍ଟର, ପ୍ରସିକ୍ଯ଼ୁସନ, ହେମନ୍ତ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ସ୍ବତନ୍ତ୍ର ପିପି ସୁବ୍ରତ ପ୍ରିଯ଼ଦର୍ଶିନୀ ଏହି ମାମଲା ପରିଚାଳନା କରୁଥିଲେ।