ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ବାସଭବନରେ ଦ୍ୱିତୀୟ ଦିନରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି । ଝାରସୁଗୁଡ଼ା ସରବାହଲସ୍ଥିତ ବାସଭବନ ଏବଂ ବ୍ୟବସାୟ କାର୍ଯ୍ୟାଳୟରେ ଯାଞ୍ଚ କରୁଛନ୍ତି ଆଇଟି ଅଧିକାରୀ ।
ଗତକାଲି ନବ ଦାସଙ୍କ ବାସଭବନ ସମେତ ୨୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଅଚାନକ ଚଢ଼ଉ କରିଥିବା ଆୟକର ବିଭାଗ । ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ୱର, ଦିଲ୍ଲୀ ଏବଂ ସୁନ୍ଦରଗଡ଼ ସହିତ ଥିବା ଅନ୍ୟାନ୍ୟ ବ୍ୟବସାୟିକ ଠିକଣରେ ଦିନତମାମ ଚଢ଼ଉ ହୋଇଛି । ବାସଭବନରେ ଗୁରୁତ୍ୱ ପୂର୍ଣ୍ଣ କାଗଜର ଯାଞ୍ଚ କରାଯାଇଛି । ୨୦୨୩ ଏପ୍ରିଲ ଓ ମେ ମାସରେ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ୪ଟି କମ୍ପାନୀରେ ଅଂଶୀଦାର ଅଛନ୍ତି । ତେଣୁ ଏଥିପାଇଁ ଆଇଟି ରେଡ୍ ହୋଇଥିବା କୁହାଯାଉଛି । ତେବେ ଚଢ଼ଉର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ।