ବାଲେଶ୍ଵର: ନିଶାସକ୍ତ ବାପାର ଅମାନୁଷିକ କାଣ୍ଡ । ମଦ ପିଇ ଛୁରି ଭୁସି ପୁଅର ନେଲା ଜୀବନ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ଵର ଜିଲାର ଖଇରା ଥାନା ଅନ୍ତର୍ଗତ ନରମା ଗାଁରେ ଘଟିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ବାପା ମଦ ପିଇ ଘରକୁ ଆସି ମା' ସହିତ ପାଟିତୁଣ୍ଡ କରି ଝଗଡ଼ା କରୁଥିଲେ । ଏହି ସମୟରେ ପୁଅ ସେମାନଙ୍କୁ ବିରୋଧ କରିବାରୁ ନୃଶଂସ ବାପା ଛୁରି ଭୁସି ପୁଅକୁ ହତ୍ୟା କରିଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏହି ଘଟଣା ପରେ ଅଭିଯୁକ୍ତ ବାପା ଘଟଣାସ୍ଥଳରୁ ଚମ୍ପଟ ମାରିଛି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି କରିଛି । ପୁଅର ମୃତ୍ୟୁ ପରେ ମା' ଛାତି ବାଡେଇ କାନ୍ଦୁଛି । ପୋଲିସ ଅଭିଯୁକ୍ତ ବାପାକୁ ଧରିବା ପାଇଁ ଛାନଭିନ ଜାରି କରିଛି ।