ଗଜପତି: ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶା ବେହାର ହୋଇପଡ଼ିଛି । କେଉଁଠି ରେଳ ଟ୍ରାକ୍ ଉପରେ ମାଟି ଧସିଲାଣି ତ କେଉଁଠି ପଥର ଖସିଲାଣି । ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଲାଗି ରହିଛି । ରାତିରୁ ବର୍ଷା ଲାଗି ରହିଥିବାବେଳେ ରାୟଗଡ଼ ବ୍ଲକ ପେକଟ ନିକଟରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ପରେ ମାଟି ତଳେ ବାପା ପୁଅ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି ।
ସୂଚନା ଅନୁସାରେ, ପେକଟ ଗାଁର ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ପୁଅ ରାଜିକ ଶବର ଚାଷଜମିକୁ ଯାଇଥିଲେ । ଆଉ ଜମିରୁ ଘରକୁ ଫେରିବା ସମୟରେ ପ୍ରବଳ ବର୍ଷା ହେବାରୁ ଗଛ ତଳେ ସାହାରା ନେଇଥିଲେ । ସେହି ସମୟରେ ଭୂସ୍ଖଳନ ହୋଇଥିଲା । ଏହା ପରେ ସେମାନେ ନିଖୋଜ ହୋଇଯାଇଥିବା ହୋଇଯାଇଥିଲେ । ଉଭୟ ମାଟି ତଳେ ଚାପି ହୋଇ ରହିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ପ୍ରୟାସ କରୁଛି । ସନ୍ଧ୍ୟା ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ମଧ୍ୟ ଉପୁଜିଛି।