ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍ ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି। ରାଜ୍ୟ ସରକାର ଏହି ବଜେଟରେ ସବୁ ବର୍ଗକୁ ଗୁରୁତ୍ଵ ଦେଇଛନ୍ତି। ନାରୀ ଶକ୍ତି ବିଶେଷ କରି ମୋହନ ସରକାରଙ୍କ ସବୁଠୁ ବଡ଼ ମହତ୍ଵାକାଂକ୍ଷୀ ଯୋଜନା ସୁଭଦ୍ରା ଯୋଜନା ପାଇଁ ପେଡ଼ି ଖୋଲି ଦେଇଛନ୍ତି। ସୁଭଦ୍ରା ପାଇଁ ୧୦, ୧୪୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ଅଧିକ ପଢନ୍ତୁ: ରାଜ୍ୟ ବଜେଟରେ ପରିବହନ ବିଭାଗ ପାଇଁ ବଡ଼ ଘୋଷଣା; ୪ ଲେନ୍ ବିଶିଷ୍ଠ ହେବ ସବୁ ରାଜ୍ୟ ରାଜପଥ, ୩ ହଜାର କିମି ରାସ୍ତା ହେବ ନୂଆ, ଖର୍ଚ୍ଚ ହେବ ୬ହଜାର ୫୦୨ କୋଟି ଟଙ୍କା
ମୁଖ୍ୟମନ୍ତ୍ରୀ ନିଜର ବଜେଟ୍ ଅଭିଭାଷଣରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯାଇଛି। ପ୍ରଥମ କିସ୍ତିରେ ୪,୯୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ସୁଭଦ୍ରା ପ୍ଲସ୍ ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ବ୍ୟୟବରାଦ କରାଯାଇଛି। ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜାନା ପାଇଁ ୫୨୬ କୋଟି, ଓଡ଼ିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି, ପୋଷଣ ଅଭିଯାନ ପାଇଁ ୨୮୪ କୋଟି, ମମତା ଯୋଜନା ପାଇଁ ୨୮୪ କୋଟି ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ୨୦୮ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି।