ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଥିବା ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ଗଣନା ବିଏମସି କରିବ । ଏପରିକି କୁକୁରଙ୍କ କାନରେ ଲାଗିବ ଟ୍ୟାଗ। ରାଜଧାନୀରେ ଥିବା ସମସ୍ତ କୁକୁରଙ୍କ ତଥ୍ୟା ବିଏମସି ପାଖରେ ରହିବ। ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି ତାହାର ସବୁ ତଥ୍ୟ ବିଏମସି ପାଖରେ ରହିବ । ରାଜଧାନୀରେ କେତେ କୁକୁର ଅଛନ୍ତି ତାହା ଜଣା ପଡିବା ସହିତ ବନ୍ଧ୍ୟାକରଣ ପରେ ରାଜଧାନୀରେ କୁକୁରଙ୍କ ସଂଖ୍ୟା ବଢୁଛି କି କମୁଛି ତାହା ଜଣା ପଡିବ ।
କୁକୁରଙ୍କ ବନ୍ଧ୍ୟାକରଣ ଏବଂ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ। ଫଳରେ କୁକୁରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜାଣିହେବ। ଏହା ଦ୍ୱାରା ସହର ସୁନ୍ଦର ରହିବ, କୁକୁର ମଧ୍ୟ ସୁରକ୍ଷିତ ରହିବେ। କୁକୁରଙ୍କ ପ୍ରତି ଲୋକମାନଙ୍କର ଭୟ ମଧ୍ୟ କମିବ । ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପ୍ରାୟ ୮୦ ହାଜରରୁ ଊର୍ଦ୍ଧ୍ବ କୁକୁର ରହିଥିବା ସୂଚନା ମିଳିଛି । ବିଏମ୍ସି ପାଖରେ ଘରେ ରହୁଥିବା ପୋଷା କୁକୁର ହୁଅନ୍ତୁ ଅବା ବୁଲା କୁକୁର ସମସ୍ତଙ୍କ ତଥ୍ୟ ରହିବ । କୁକୁରମାନଙ୍କର ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।