ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ବା ଏମ୍ସର ସୁରକ୍ଷାକର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦରମା ବନ୍ଦ ଏବଂ ଦରମା କାଟିବାକୁ ନେଇ ତାତିଛନ୍ତି ସୁରକ୍ଷା । ବକେୟା ଦରମା, ଇପିଏଫ୍ ନଦେବା ଓ ମନଇଚ୍ଛା ଦରମା କାଟିବାକୁ ବିରୋଧ କରି ଏମ୍ସରେ କାର୍ଯ୍ୟରତ ୪୪୦ ଜଣ ସୁରକ୍ଷା କର୍ମୀ ଆଜି ଆନ୍ଦୋଳନ କରିଛନ୍ତି ।
ଏମ୍ସରେ ଏମଭିଏସଏଫ ଅଧୀନରେ କାର୍ଯ୍ୟରତ ୪୪୦ ଜଣ ସୁରକ୍ଷାକର୍ମୀଙ୍କୁ ଗତ ୨ ମାସ ହେବ ଦରମା ମିଳିନାହିଁ । ବାରମ୍ବାର ଅଭିଯୋଗ କରି ମଧ୍ୟ ଦରମା ମିଳୁ ନାହିଁ । ଏହା ପରେ ଗୋଟିଏ ମାସର ଦରମା ଦେଲେ, ସେଥିରୁ ମଧ୍ୟ କର୍ମଚାରୀଙ୍କ ଦରମା କଟାଯାଇଥିବା ଦେଖାଯାଇଥିଲା । ଯାହାକୁ ନେଇ ଗତ ତିନି ଦିନ ହେବା ଆଲୋଚନା ଚାଲିଛି । କିନ୍ତୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳୁନାହିଁ । ସେପଟେ ସୁରକ୍ଷାକର୍ମୀମାନେ ବଡ଼ ଅଭିଯୋଗ କରିଛନ୍ତି । ଯଦି ସେମାନ ଦରମା ମାଗୁଛନ୍ତି ସେମାନଙ୍କୁ ଚାକିରୀରୁ ବାହାର କରିଦେବାକୁ ଧମକ ଦେଉଛନ୍ତି ।
୨ ମାସର ବକେୟା ଦରମା, ଇପିଏଫ୍ ନଦେବା ଓ ମନଇଚ୍ଛା ଦରମା କାଟିବାକୁ ବିରୋଧ କରି ସୁରକ୍ଷାକର୍ମୀ ଧାରଣାରେ ବସିଛନ୍ତି । କେବଳ ଜରୁରୀକାଳୀନ ବିଭାଗକୁ ଛାଡିଦେଲେ ଅନ୍ୟକୌଣସି ବିଭାଗରେ ସିକ୍ୟୁରିଟି ଗାର୍ଡ ଏହି ଧାରଣାରେ ସାମିଲ ହୋଇଛନ୍ତି ।