ଭିତରକନିକା ଜାତୀୟ ଉଦ୍ୟାନ ପାଇଁ ଖୁସି ଖବର । ପ୍ରକୃତିର ଗନ୍ତାଘର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଭିତରକନିକାରେ ଆସନ୍ତା ଅଗଷ୍ଟ ପହିଲାରୁ ଚାଲିବାକୁ ଯାଉଛି ଅନ୍ତରା ରିଭର କ୍ରୁଜ। ଏନେଇ ହେରିଟେଜ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ ଗୁପ୍ତି ଫରେଷ୍ଟ ଜେଠିରୁ ଏହି କ୍ରୁଜ ଯାତ୍ରା ଆରମ୍ଭ କରିବ। ସପ୍ତାହରେ ଦୁଇ ଦିନ ଅର୍ଥାତ୍ ଗୁରୁବାର ଓ ଶନିବାର ଏହି କ୍ରୁଜ ଭିତରକନିକା ଅଭିମୁଖେ ଯାତ୍ରା କରିବ। ଏମଭି ମହାନଦୀ, ଏମଭି ଭିତରକନିକା ନାମରେ ପ୍ରସ୍ତୁତ ଏହି ଦୁଇଟି କ୍ରୁଜରେ ପର୍ଯ୍ୟଟକମାନେ ନୌବିହାର ମାଧ୍ୟମରେ ମିନି ଆମାଜନ ଅଫ୍ ଇଣ୍ଡିଆର ଭରପୁର ମଜା ନେବେ। ଭିତରକନିକା ପ୍ରାକୃତିକ ଅନନ୍ୟ ସମ୍ଭାରକୁ ସାଥିରେ ନେଇ ଏହି କ୍ରୁଜ ଯାତ୍ରା କରିବ। କ୍ରୁଜରେ ପ୍ରଥମ କରି ହାଇବ୍ରିଡ ସୋଲାର ପରିଚାଳିତ ବୈଦୁତିକ ବିଧି ବ୍ୟବସ୍ଥା ସହିତ ଇନ୍ଧନର ମଧ୍ୟ ସୁବିଧା ରହିବ।