ଆଜି ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ବଳଦେବଜୀଉଙ୍କ ପବିତ୍ର ବାହୁଡା ଯାତ୍ରା । ବଡ ଦେଉଳକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ସେଥିପାଇଁ ଚଳଚଂଚଳ ହୋଇଉଠିଛି ଇଚ୍ଛାପୁର ସ୍ଥିତ ରଥଦାଣ୍ଡ । ରଥାରୂଢ ହୋଇଥିବା ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଥିବା ବେଳେ ଆଜି ପୁଣି ପ୍ରଭୁ ବଳଭଦ୍ରଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଅଟକିଯାଇଛି । ଓମଫେଡ ଅଫିସ ନିକଟରେ ବାମମୋଡ଼ ନେଇ ଢଳିଲା ରଥ । ଫଳରେ ଭକ୍ତମାନେ ଯେତେ ଟାଣିଲେ ବି ଆଗକୁ ଗଡୁନି । ହାଇଡ୍ରୋଲିଂ ମେସିନ ସାହାଯ୍ୟରେ ରଥ ଟାଣିବା ନେଇ ପ୍ରଶାସନ ପ୍ରସ୍ତୁତ ହେଉଛି । ଫଳରେ ଭକ୍ତମାନେ ଯେତେ ଟାଣିଲେ ବି ଆଗକୁ ଗଡୁନି । ତେଣୁ ହାଇଡ୍ରୋଲିଂ ମେସିନ ସାହାଯ୍ୟରେ ରଥ ଟାଣିବା ନେଇ ପ୍ରଶାସନ ପ୍ରସ୍ତୁତ ହେଉଛି ।
ତେବେ ଆଗରୁ ଗୁଣ୍ଡିଚା ଯାତ୍ରା ଦିନ ବାରମ୍ବାର ରଥ ଅଟକିଥିବା ବେଳେ ଆଜି ପୁଣି ବଡ ଠାକୁରଙ୍କ ରଥ ଅଟକିଛି । ଯାହା ଭକ୍ତ ମାନଙ୍କ ମଧରେ ଅସନ୍ତୋଷ ସୃଷ୍ଟି କରିଛି ।