ଭୁବନେଶ୍ୱର: ଦୀର୍ଘ ତିନି ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଭୁବନେଶ୍ୱର ଏମସ ସୋମବାର ବିଳମ୍ବିତ ରାତିରେ ପୀଡ଼ିତା ଜଣକ ଆଖି ବୁଜିଛନ୍ତି । ଏ ନେଇ ଏମସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପୀଡ଼ିତାଙ୍କ ମୃତ୍ୟୁ ପରେ ଏମସରେ ରାତିରେ ହିଁ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି । ଏହା ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ତାଙ୍କ ପୈତୃକ ଗାଁକୁ ପାର୍ଥିବ ଶରୀରକୁ ନିଆଯାଇଛି । ସେଠାରେ ତାଙ୍କର ଶେଷ କୃତ୍ୟ କରାଯିବ ।
Read More >