ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର। ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧିପାଇ ୬.୩୨ ମିଟରରେ ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଅଶଙ୍କାରେ ଭୟଭୀତ ଅଛନ୍ତି ନଦୀକୂଳିଆ ଲୋକେ ।
ସୂଚନା ମୁତାବକ , ବର୍ତ୍ତମାନ ବିପଦ ସଙ୍କେତ ଉପରେ ଜଳକା ନଦୀ। ଦିନକୁ ଦିନ ବଢ଼ିବାରେ ଲାଗିଛି ଜଳକା ନଦୀର ଜଳସ୍ତର। ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢ଼ୁଛି ନଦୀର ଜଳସ୍ତର। ଲଘୁଚାପ ସକ୍ରିୟ ଥିବାରୁ ଆହୁରି ଦୁଇଦିନ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଯଦି ବନ୍ୟା ହୁଏ ବସ୍ତା ଏବଂ ସଦର ବ୍ଲକର ପାଖାପାଖି ୧୨ଟି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା ରହିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବନ୍ୟା ଅଶଙ୍କାରେ ରହୁଛନ୍ତି ଗ୍ରାମବାସୀ।
ଅଧିକ ପଢନ୍ତୁ ; ଶ୍ରୀଜଗନ୍ନାଥ ନାମଟିର ସାତନ୍ତ୍ର୍ୟ ଓ ମହନୀୟତା ଅବର୍ଣ୍ଣନୀୟ