ପ୍ରେମ ପାଇଁ ପ୍ରେମିକର ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ । ତେବେ ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଭୁତପଦା ଗ୍ରାମରେ ଘଟିଛି। ଭୁତପଦା ଗ୍ରାମର ପିତାମ୍ବର ଜେନାଙ୍କ ପୁଅ ଗତ କିଛିଦିନ ତଳେ ବନ୍ତ ଥାନା ବାଇପୁର ଗ୍ରାମର ଜଣେ ଝିଅକୁ ନେଇ ଫେରାର ହୋଇଯାଇଥିଲେ। ଏହାପରେ ଝିଅଘର ଲୋକେ ରାଗିଯାଇ ପିତାମ୍ବର ଜେନାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ତେବେ ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ଅଧିକ ତଦନ୍ତ କରୁଛି।
ସୂଚନା ଅନୁସାରେ , ଭଦ୍ରକ ଜିଲ୍ଲାର ଭୁତପଦା ଗ୍ରାମର ପିତାମ୍ବର ଜେନାଙ୍କ ପୁଅ ଗତ କିଛିଦିନ ତଳେ ବାଇପୁର ଗ୍ରାମର ଜଣେ ଝିଅକୁ ନେଇ ଫେରାର ହୋଇଯାଇଥିଲେ । ତେବେ ଏହି ଘଟଣାକୁ ନେଇ ଝିଅଘର ଲୋକେ ବନ୍ତ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ପିତାମ୍ବରଙ୍କ ପରିବାର ଲୋକଙ୍କୁ ଉଠାଇ ନେଇ ପଚରା ଉଚୁରା କରିଥିଲେ। ତେବେ ଝିଅ ଘରକୁ ନ ଫେରିବା ପରେ ଝିଅ ଘର ଲୋକ ରାଗି ପିତାମ୍ବର ଜେନାଙ୍କ ପରିବାର ଲୋକଙ୍କୁ ମାରଧର କରିବା ସହିତ ତାଙ୍କ ଘରେ ଆଁ ଲଗାଇ ଦେଇଥିଲେ। ତେବେ ଭାଗ୍ୟ ବସତ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ନିଆଁ ଲଗାଇଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ କରିଛି।
ଅଧିକ ପଢନ୍ତୁ ; ଡ୍ୟାମ୍ରେ ବୁଡି ଛାତ୍ର ନିଖୋଜ