ରଥଯାତ୍ରା ପାଇଁ ସିସିଟିଭି ନଜରରେ ପୁରୀ ସହର, ସବୁ ଗାଡି ଏବଂ ବ୍ୟକ୍ତିଙ୍କ ଉପରେ ରଖାଯାଉଛି ନଜର
Khabar Odisha:The-city-of-Puri-all-vehicles-and-individuals-are-being-monitored-by-CCTV-for-the-ride
ପୁରୀ, ଜୁନ ୩୦(ଖବର ଓଡିଶା):

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ପାଇଁ ସିସିଟିଭି ନଜରରେ ପୁରୀ ସହର ରହିଛି । ସବୁ ଗାଡି ଓ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଉଛି । 

ଭୁବନେଶ୍ୱର ବ୍ରହ୍ମପୁର ଆଡୁ ଯାଉଥିବା ବାଇକଗୁଡିକ ମଶାଣୀଚଣ୍ଡୀ ଛକ ଓ ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିବେ । କୋଣାର୍କ ଆଡୁ ଆସୁଥିବା ବାଇକଗୁଡିକ ବ୍ଲୁ ଫାର୍ଗ ବିଚ ନିକଟରେ ପାର୍କିଂ କରିବେ । ଭୁବନେଶ୍ୱରରୁ ଯାଉଥିବା କାରଗୁଡିକ ଛପନଛକ ନିକଟରେ ପାର୍କିଂ କରିବେ । 

ସେହିପରି ଭୁବନେଶ୍ୱରରୁ ଆସୁଥିବା ତିନି ଚକିଆ ଓ ଚାରି ଚକିଆ ଗାଡିଗୁଡିକ ମାଲତିପାଟପୁର, ତୋଷାଳି ଛକ, ଗ୍ରୀଡ ଷ୍ଟେସନ, ଭୁଜାନ ଦେଇ ତାଳବଣିଆରେ ପାର୍କିଂ କରିପାରିବେ । ଫେରିବା ବେଳେ ଏହି ଗାଡି ଗୁଡିକ ସେଣ୍ଟ୍ରାଲ ସ୍କୁଲ, ଗ୍ରୀଡ ଷ୍ଟେସନ, ବାଲିଘାଟ, ଗୋପାଳପୁର କ୍ରସିଂ ଦେଇ ମାଲତିପାଟପୁରରେ ପହଞ୍ଚିବେ ।

ପାସ୍ ଥିବା ଯାନ ଗୁଡିକ ମାଳତୀପାଟପୁର, ମଙ୍ଗଳାଘାଟ ବାଇପାସ୍, ଷ୍ଟର୍ଲିଙ୍ଗ ରୋଡ ଓ ପରେ ଲୋକନାଥ ରୋଡ ଦେଇ ଛପନଛକ ଓ ଲୋକନାଥଙ୍କ ନିକଟରେ ପାର୍କିଂ କରିବେ।

  • Tags:

Subscribe

National International State Sports Entertainment