ସମ୍ବଲପୁର : ରକ୍ତ ତୀର୍ଥ କୁଦୋପାଲି ସହିଦ୍ ଙ୍କ ବଳିଦାନର ହେବ ପ୍ରଚାର । କେବଳ ଏତିକି ନୁହେଁ ଆଜିର ପିଢି ମାନଙ୍କୁ ଆମ ସ୍ୱାଧିନତା ସଂଗ୍ରାମର ନାୟକ ମାନଙ୍କ ସମ୍ପର୍କରେ ଜଣାଇବା ପାଇଁ ଏନବିଟି ପକ୍ଷରୁ ପ୍ରୟାସ କରାଯାଇଛି। ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ଫଳରେ ଏନବିଟି ପକ୍ଷରୁ ଏହି କ୍ରମରେ ଦି ସାଗା ଅଫ୍ କୁଦୋପାଲି , ଦି ଅନ୍ ସଙ୍ଗ ଷ୍ଠୋରୀ ଅଫ୍ 1857 ପୁସ୍ତକ କୁ ଉନ୍ମୋଚନ କରାଯାଇଛି।
ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ତପସ୍ୱିନୀ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ଜୟନାରାୟଣ ମିଶ୍ର, ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଧେଶକ, ସମ୍ବଲପୂର ବିଶ୍ଵବିଦ୍ୟାଳୟ କୁଳପତି, ପୋଲିସ ଆଇଜି, ଏସପି, ଆରଡିସି, ଜିଲ୍ଲାପାଳ ଓ ଏନବିଟି ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁସ୍ତକ ଉନ୍ମୋଚନ ଅବସରରେ କହିଛନ୍ତି ଯେ ଉନ୍ମୋଚିତ ହୋଇଥିବା ଏହି ପୁସ୍ତକ ଇଂରାଜୀ ଭାଷାରେ ପ୍ରକାଶିତ ହୋଇଥିବା ବେଳେ ଏନବିଟି ପକ୍ଷରୁ ଆଗାମୀ ଦିନରେ 10 ଗୋଟି ବିଭିନ୍ନ ଭାଷାରେ ଏହି ପୁସ୍ତକଟିକୁ ପ୍ରକାଶନ କରାଯିବ। ଏହାସହ ମଧ୍ୟପ୍ରଦେଶ ଅସିରଗଡ ଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ କରାଯାଇ ଏହାର ଉଦଘାଟନ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।