ସୁନ୍ଦରଗଡ଼ରେ ପରକୀୟା ଘଟଣାରୁ ଘଟିଲା ଗୋଷ୍ଠୀ ସଂଘର୍ଷ । ଗଡ଼ିଲା ୫ ଜଣଙ୍କ ମୁଣ୍ଡ । ସୁନ୍ଦରଗଡ଼ ସଦର ଥାନା କରମଡିହି ଗୀତାପଡ଼ାରେ ଯାଯାବରଙ୍କ ଗୋଷ୍ଠୀ ସଂଘର୍ଷରୁ ହତ୍ୟାକାଣ୍ଡ ଘଟିଛି ।
ସୂଚନା ଅନୁଯାୟୀ ଗତକାଲି ମଧ୍ୟରାତ୍ରରେ ୨ ଯାଯାବର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷରୁ ରକ୍ତପାତ ହୋଇଥିଲା । ଏଥିରେ ୩ ମହିଳା ଓ ୨ ଜଣ ପୁରୁଷଙ୍କ ଜୀବନ ନେଇଛନ୍ତି ଗୋଟିଏ ଗୋଷ୍ଠୀର ଲୋକ । ଏହି ଘଟଣାରେ ଚାରି ଜଣ ଗୁରୁତର ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଶିଶୁଙ୍କୁ ନେଇ ଫେରାର ରହିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ୪ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ।
ଗତ କିଛି ମାସ ହେଲା ମହାରାଷ୍ଟ୍ର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଗୋଷ୍ଠୀ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଥିଲେ । ସେମାନଙ୍କ ମଧ୍ୟରୁ ଅବିନାଶ ପାୱାର ନାମକ ଜଣେ ମହିଳା ନିଜ ସ୍ବାମୀ ଓ ପୁଅକୁ ଛାଡ଼ି ଅନ୍ୟ କାହା ସହିତ ପଳାଇବା ପରେ ଅବିନାଶ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ସହ ଆଉ ଏକ ଗୋଷ୍ଠୀଙ୍କ ବିବାଦ କାରଣରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି । ଖବରପାଇ ଘଟଣାସ୍ଥଳରେ ସୁନ୍ଦରଗଡ଼ ଡିଆଇଜି ଓ ଏସ୍ପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।