ଆଇଏଏସ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ପୁଣି ଫେରାଦ ହୋଇଛି ଭାରତୀୟ ଜନତା ପାର୍ଟି। ଅବାଧ ନିର୍ବାଚନ ପ୍ରକ୍ରିୟାରେ ସୁଜାତା ହସ୍ତକ୍ଷେପ କରୁଥିବା ଅଭିଯୋଗ କରି କେନ୍ଦ୍ରୀୟ ଭାଜପା ଟିମ୍ ଏନେଇ ଗୁରୁତର ଅଭିଯୋଗ ଆଣିଛି। ରାଜ୍ୟରେ ନିର୍ବାଚନ ହିଂସାକୁ ଉସୁକାଇବା ନେଇ CECଙ୍କୁ ଗୁରୁତର ଅଭିଯୋଗ କରିଛି କେନ୍ଦ୍ରୀୟ ଭାଜପା।
ତେଣୁ ସୁଜାତାଙ୍କୁ ରାଜ୍ୟରୁ ଅପସାରଣ କରିବା ସହ ସସ୍ପେଣ୍ଡ ପାଇଁ ଦାବି କରିଛି ଦଳ। ଭାଜପା କରିଥିବା ଅଭିଯୋଗରେ କହିଛି, ‘ବରିଷ୍ଠ ବିଜେଡି ନେତା ତଥା ସୁଜାତା ସ୍ୱାମୀ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ସୁଜାତା କାର୍ଯ୍ୟ କରୁଛନ୍ତି। ସସ୍ପେଣ୍ଡ ହୋଇଥିବା ଡିଏସ୍ କୁଟ୍ଟେ, ଆଶିଷ ସିଂ, ସୁଜାତା ମିଶି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ପାଣ୍ଡିଆନଙ୍କ ଗାଇଡାନ୍ସରେ ଏହିତିନି ଜଣ କାର୍ଯ୍ୟ କରୁଥିବା କୁହାଯାଇଛି’। ପୂର୍ବରୁ ସୁଜାତାଙ୍କୁ ECIଙ୍କ ନିର୍ଦ୍ଦେଶରେ ମିଶନ ଶକ୍ତି ସଚିବ ପଦରୁ ହଟା ଯାଇଥିଲା।