ପୁରୀ : ଆଜି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା । ପୂର୍ବରୁ ଯେଉଁମାନ ସୁଭଦ୍ରା ଟଙ୍କା ପାଇନାହାନ୍ତି, ସେମାନେ ଆଜି ଏକାସାଙ୍ଗରେ ଦୁଇଟି କିସ୍ତି ପାଇବାକୁ ଯାଉଛନ୍ତି । ଆଜି ପଞ୍ଚାୟତିରାଜ ଦିବସ ଅବସରରେ ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପ୍ରରିଡ଼ାଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିଲା ।
ସୂଚନାଯୋଗ୍ୟ ଷଷ୍ଠ ପର୍ଯ୍ୟାୟରେ ୧ ଲକ୍ଷ ୭୦ ହଜାର ହିତାଧିକାରୀ ମହିଳା ପାଇବେ ସୁଭଦ୍ରା ଟଙ୍କା । ୨ଟି କିସ୍ତିର ଦଶ ହଜାର ଟଙ୍କା ଏକାସଂଗେ ମିଳିବ । ପୁରୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରିବେ । ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା।
ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଛନ୍ତି। ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା। ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଇଛି ।