ଓଡ଼ିଶାରେ ବଢୁଛି କରୋନା ଭୟ, କେବଳ 10 ଜିଲ୍ଲା ନୁହେଁ ଆହୁରି ଏହି ସବୁ ଜିଲ୍ଲା ହେବ ଶନିବାର ଓ ରବିବାର ସଟ୍‌ଡାଉନ
Khabar Odisha:State-some-more-district-will-shut-down-for-Saturday-and-Sunday
ଭୁବନେଶ୍ୱର, ଜୁଲାଇ 3 ( ଖବର ଓଡ଼ିଶା):

 ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ପୂର୍ବରୁ ଓଡ଼ିଶାର ୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ସଟ୍‌ଡାଉନ ନେଇ ସରକାର ଘୋଷଣା କରିଥିବା ବେଳେ ଏବେ ଏହି ତାଲିକାରେ ଯୋଡି ହୋଇଛି ଆଉ କିଛି ଜିଲ୍ଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହାନ୍ତ ସଟ୍‌ଡାଉନ କିଛି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟରେ କରୋନା ବ୍ୟାପୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ ଲାଗୁ ହେବ । କୋରାପୁଟ, ବଲାଙ୍ଗିର, ଢେଙ୍କାନାଳ, କେନ୍ଦ୍ରାପଡ଼ା , ନବରଙ୍ଗପୁର,  ରାୟଗଡ଼ା ଜିଲ୍ଲା ମଧ୍ୟ ସପ୍ତାହନ୍ତ ସଟ୍ ଡାଉନ ହେବ । ତେବେ ଏହା ସହ ବରଗଡ଼ ଜିଲ୍ଲାରେ କେବଳ ସହରାଞ୍ଚଳଗୁଡ଼ିକୁ ଆସନ୍ତା ଶନିବାର ଓ ରବିବାର ସଟ୍ ଡାଉନ ଘୋଷଣା କରାଯାଇଛି।  ପୂର୍ବରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାରେ ସପ୍ତାହାନ୍ତ ସଟ୍ ଡାଉନ ଘୋଷଣା କରିଥିଲେ ସରକାର  ।

  • Tags:

Subscribe

National International State Sports Entertainment