ରାଜ୍ୟରେ ଟ୍ରାଫିକ ନିୟମ ୩ମାସ କୋହଳକୁ OHRCଙ୍କ ଟାର୍ଗେଟ, କହିଲେ ଦୁର୍ଘଟଣା ଘଟିଲେ କିଏ ଦାୟୀ
Khabar Odisha:State-Odisha-New-Traffic-Rule-2019-relaxed3months-OHRC-Raised-questions-on-this-aspect
ଭୁବନେଶ୍ୱର, ସେପ୍ଟେମ୍ବର ୨୧(ଖବର ଓଡ଼ିଶା):

ରାଜ୍ୟରେ ନୂଆ ମୋଟର ଭେଇକେଲ ଆକ୍ଟକୁ ୩ମାସ କୋହଳ କରିବା ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇଲେ ରାଜ୍ୟ ମାନବାଧିକାର କମିଶନ  । ଟ୍ରାଫିକ ଡକ୍ୟୁମେଣ୍ଟ ୩ମାସ କୋହଳ ସମୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି । 

ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । ସାମାନ୍ୟ ନିୟମ ଉଲଂଘନ ଓ ଜରୁରୀ କାଗଜପତ୍ର ନଥିଲେ ଅମାନିଆ ଗାଡ଼ି ଚାଳକଙ୍କୁ ଲାଗୁଥିଲା ମୋଟା ଅଙ୍କର ତଣ୍ଡ । ଫଳରେ ସମସ୍ତ ଜରୁରୀ କାଗଜପତ୍ର ତିଆରି କରିବାକୁ ସମୟ ଦେଇ କିଛି ଦିନ ତଳେ ରାଜ୍ୟ ସରକାର ଏହି ନିୟମକୁ ୩ମାସ ଯାଏଁ କୋହଳ କରିବାକୁ ଘୋଷଣା କରିଛନ୍ତି । ଏହି ପ୍ରସଙ୍ଗରେ ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବ ବୋଲି ଆଜି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । 

ଲାଇସେନ୍ସ , ବୀମା ନଥିବା ବ୍ୟକ୍ତି ୩ମାସ ଗାଡ଼ି ଚଲାଇ ପାରିବେ କି ? ଏହି ତିନି ମାସ ମଧ୍ୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବ ? ଡକ୍ୟୁମେଣ୍ଟ ନଥିବା ଗାଡ଼ି ଦୁର୍ଘଟଣା ଘଟାଇଲେ କିଏ କ୍ଷତିପୂରଣ ଦେବ ? ସ୍କୁଲ ପିଲାଙ୍କୁ ବହନ କରୁଥିବା ଗାଡ଼ିର ନିୟମିତ ଚେକିଂ ହେଉଛି କି ?ବୋଲି ରାଜ୍ୟ ମାନବାଧିକାର କମିଶନ ପ୍ରଶ୍ନ କରିଛନ୍ତି ।

  • Tags:

Subscribe

National International State Sports Entertainment