କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ରୁଷିଆର ଉଚ୍ଚତମ ପର୍ବତରେ ଚଢ଼ିବାକୁ ଯାଉଛନ୍ତି ଦେଓଗଡ ମାଟିର ପୁଅ ଶଶୀଭୂଷଣ ମାଝି ଓ ତାଙ୍କ ସାଙ୍ଗ। ମନ୍ତ୍ରୀ ରବି ନାରାୟଣ ନାୟକ ଦେଓଗଡ ଦିନିକିଆ ଗସ୍ତରେ ଥିବା ବେଳେ ମନ୍ତ୍ରୀ ରବି ନାରାୟଣ ନାୟକ ଶଶି ଭୁଷଣଙ୍କୁ ଦେଓଗଡ ସର୍କିଟ ହାଉସ ଠାରେ ଭେଟି ତାଙ୍କୁ ଉତ୍ସାହିତ କରିଥିଲେ। ତେବେ ପୂର୍ବରୁ ମଧ୍ୟ ଶଶି ଭୂଷଣ ମାଝି ଆଫ୍ରିକା ଉଚ୍ଚତମ ଶୃଙ୍ଗ କିଲିମାଞ୍ଜରୋ ପର୍ବତର ଶିଖରରେ ପହଂଚି ସେଠାରେ ଆମ ଦେଶର ଗର୍ବ ଓ ଗୌରବର ପତାକା ତ୍ରିରଙ୍ଗା ପତାକାକୁ ଉଡ଼ାଇଥିଲେ।