ଭଦ୍ରକ: ଲଗାଣ ବର୍ଷା ପାଇଁ ପୁଣି ଭଦ୍ରକ ଜିଲ୍ଲାର ୩ଟି ବ୍ଲକ୍ରେ ଦିନକ ପାଇଁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ତିହିଡ଼ି, ଧାମନଗର,ବାସୁଦେବପୁର ବ୍ଲକରେ ସ୍କୁଲ୍ ଛୁଟି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବର୍ଷାରେ ସ୍କୁଲ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଏପରି ନିଷ୍ପତ୍ତି ନିଆଯାଇଛି ।
ବୈତରଣୀ ନଦୀରେ ବନ୍ୟା ଜଳ ପଶିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି । ଘରେ ବନ୍ୟାଜଳ ପଶିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଉପର ମୁଣ୍ଡରେ ବର୍ଷା ହେବାରୁ ତଳିଆ ଅଞ୍ଚଳରେ ବନ୍ୟା ଜଳ ଜମି ରହିଛି । ନଦୀରେ ଜଳସ୍ତର କମିଛି କିନ୍ତୁ ଲୋକମାନଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।