ଡକାୟତି କରିବା ପଡିଲା ମହଙ୍ଗା । ଡକାୟତ ମାନେ ଅଭିନବ ଉପାୟରେ କରୁଥିଲେ ଡକାୟତି । ଲଙ୍କା ଗୁଣ୍ତ ପକାଇ କରୁଥିଲେ ଡକାୟତ । ହେଲେ ପୋଲିସ କଲା ଡକାୟତି ଯୋଜନା ପଣ୍ତ । ଡକୟତି କରୁ କରୁ ହଠାତ୍ ପହଁଚି ଗଲା ପୋଲିସ, ଆଉ ଯୋଜନା ହୋଇଗଲା ପଣ୍ତ । ହାବୁଡରେ ପଡିଲେ ଚାରି ଜଣ ଯୁବକ । ଏହି ଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ସୋହେଲା ରାସ୍ତା ଅନ୍ତର୍ଗତ ରାଇସମିଲ ନିକଟରେ ।
ଗତକାଲି ରାତିରେ 4 ଜଣ ଯୁବକ ଡାକାୟତି କରିବା ଉଦ୍ୟମରେ ଅସଫଳ ହୋଇଛନ୍ତି । ପୋଲିସ ପେଟ୍ରୋଲିଂ ସମୟରେ ଉକ୍ତ ଯୁବକ ମାନଙ୍କୁ କାବୁ କରିଛି । ଆଜି କାଲି ଡକାୟତି ବଢି ଗଲାଣି । ଘରୁ ଗୋଡ କାଢିବା ବଡ ବିପଦ ହୋଇଯାଇଛି ।
ପଦ୍ମପୁର ଆଦର୍ଶ ଥାନା ଅଧିକାରୀ ମମତା ନାଏକ ଙ୍କ ସୂଚନା ଅନୁସାରେ, ଗାଇସିଲେଟ ଖୁଣ୍ଟ ପାଲି ଗାଁର ଦେବାର୍ଚନ ଏଲିଆସ, ଦିନ ବାରିକ, ପଦ୍ମପୁର ଖଇରପାଲି ଗାଁ ର ହରି ପୁଟେଲ ,ବହ୍ଲଭ ମଟାରୀ, ବିନୟ ଏଲିଆସ ଏବଂ ମଣ୍ଟୁ ଭୋଇ ପ୍ରମୁଖ ଏକ ନିଛାଟିଆ ଅନ୍ଧାର ଯାଗାରେ ଥିବାବେଳେ ପେଟ୍ରୋଲିଙ୍ଗ କରୁଥିଲା ପୋଲିସ । ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢାଉ କରିଥିଲା।
ଘଟଣା ସ୍ଥଳରେ ୪ ଜଣ ଯୁବକ ଧରାପଡ଼ିଥିବା ବେଳେ ତାଙ୍କ ନିକଟରୁ ଏକ କଳା ରଙ୍ଗର ପଲସର ବାଇକ୍ ଦେଶୀ ବନ୍ଧୁକ ସହ ଟର୍ଚ୍ଚ ଲାଇଟ, ଛୁରୀ, ଲାଙ୍କା ଗୁଣ୍ଡ, ଲୁହାରଡ ଓ ମାରଣାସ୍ତ୍ର ଜବତ ହୋଇଛି। ଦିନକୁ ଦିନ ପଦ୍ମପୁର ଆଦର୍ଶ ଥାନା ଅଂଚଳରେ ଚୋରୀ, ଡକାୟତି ବଢ଼ିବାରେ ଲାଗିଥିବା ବେଳେ ନିଶା ବିକ୍ରି ବ୍ୟାପକ ମାତ୍ରାରେ ବଢ଼ିଛି ଫଳରେ ଚୋରୀ, ଲୁଟ ଓ ଡକାୟତି ବଢୁଛି।
ଅଧିକା ପଢନ୍ତୁ:ସଂକଳ୍ପ ନେଲେ ସଙ୍ଗୀତା ସିଂହଦେଓ