ରାଜଧାନୀରେ ମାତିଛନ୍ତି ଲୁଟେରା ଦମ୍ପତି । ଦିନକ ପୂର୍ବରୁ ଲୁଇସ ରୋଡରେ ରୋବା ଗାର୍ମେଣ୍ଟରୁ ଲୁଟ କରିଥିଲେ । ଏହି ଘଟଣା ପରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ କଳାରାହାଙ୍ଗ ଫେଶନ ଇନ୍ଷ୍ଟା ନାମକ ଶୋ ରୁମ୍ କୁ ଯାଇ କ୍ୟାସ କାଉଣ୍ଟରରୁ ଟଙ୍କା ନେବା ଉଦ୍ୟମ କରିଥିଲେ I ହେଲେ ଦୋକାନ କର୍ମଚାରୀ ଆସିବାରୁ ସଫଳ ହୋଇ ପାରିନଥିଲେ I ଗୋଟିଏ ଡ୍ରେସ୍, ମାସ୍କ ପିନ୍ଧି ବୁଲୁଛନ୍ତି ଦମ୍ପତି। ଠିକ୍ ସେହିଭଳି ଏକ ସାଇକେଲ ମାର୍ଟକୁ ଯାଇ କ୍ୟାସ କାଉଣ୍ଟରରୁ ମହିଳା କ୍ୟାସ ନେଇଯାଉଛନ୍ତି I ଗୋଟିଏ ଦିନରେ ତିନୋଟି ଲୁଟ ଉଦ୍ୟମ । ଦୁଇଟିରେ ସଫଳ ହୋଇଛନ୍ତି। ଗୋଟିଏ ରେ ଟଙ୍କା ନେଇ ପାରିନାହାନ୍ତି। ଏହି ଘଟଣା ନେଇ ସସିଟିଭି ଫୁଟେଜ ଥିଲେ ମଧ୍ୟ ପୋଲିସ ଲୁଟେରା ଦମ୍ପତିଙ୍କ ଟେର ପାଉନାହିଁ I
ଅଧିକା ପଢନ୍ତୁ : ମାଓବାଦୀ ସମାୟ ମାଡ୍କାମ ର ଆତ୍ମସମର୍ପଣ