ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ହୋଇଛି ୧୧୭ ଟି ଜୀବନ୍ତ କଇଁଛ । ମଙ୍ଗଳବାର ରେଳ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀ ମାନେ ଉତ୍କଳ ଏକ୍ସପ୍ରେସରେ ଯାଞ୍ଚ କରି ୧୧୭ ଟି ଜୀବନ୍ତ କଇଁଛ କରିଛନ୍ତି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ଅଜୟ ମୋହନ, ବିମଳ ମୋହନ, ସୁବାଶିଷ ପରିଡା ଏବଂ ସୁଷମା ବାରିକ ବୋଲି ସୂଚନା ମିଳିଛି ।
ଉତ୍କଳ ଏକ୍ସପ୍ରେସର ଜେନେରାଲ କୋଚରେ ଜୀବନ୍ତ କଇଁଛଙ୍କ ବେଆଇନ ଭାବରେ ଚୋରା କାରବାର ପାଇଁ ଚାଲାଣ କରାଯାଉଥିବା ସମ୍ପର୍କରେ ସୂଚନା ପାଇଁ ଆରପିଏଫ ଅଧିକାରୀମାନେ ତୁରନ୍ତ କୋଚରେ ଯାଞ୍ଚ କରି ଚାରୋଟି ଅଖା ବ୍ୟାଗ ଭିତରେ ଲୁଚାଇ ରଖ ଯାଇଥିବା ରହିଥିବା ୧୧୭ ଟି ଜୀବନ୍ତ କଇଁଛକୁ ଉଦ୍ଧାର କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ମାନେ ବୀରପୁରୁଷୋତ୍ତମପୁର ଗାଁର ଜଣେ ବ୍ୟକ୍ତିଙ୍କଠାରୁ ୭୨୦୦ ଟଙ୍କାରେ କଇଁଛ କିଣିଥିଲେ । ଆରପିଏଫ ଟିମ କଇଁଛ ଚୋରା କାରବାର ର ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ : ଆଜିଠୁ ୩ ମାସ ବନ୍ଦ ରହିବ ଭିତରକନିକା