୨୪ରୁ ବନ୍ଦ ହେବ ବସ ଚଳାଚଳ। କଟକକୁ ଆସିବ ନାହିଁ କୌଣସି ଘରୋଇ ବସ। ମୁଖ୍ୟମନ୍ତ୍ରୀ ବସ ସେବାକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଂଘ ଏପରି ନିଷ୍ପତି ନେଇଛି। ଆସନ୍ତା ୨୩ ତାରିଖ ସୁଦ୍ଧା ପଞ୍ଚାୟତରୁ ଜିଲ୍ଲା ସଦର ମହକୁମାକୁ ମୁଖ୍ୟମନ୍ତ୍ରୀ ବସ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି।
ରାଜ୍ୟ ଘରୋଇ ବସ ମାଲିକ ସଂଘର ଜରୁରୀ ବୈଠକରେ ଏହି ନିଷ୍ପତି ନିଆଯାଇଛି। ବୈଠକରେ ୮ ଜିଲ୍ଲାର ୧୮ ଆସୋସିଏସନ ସାମିଲ ହୋଇଛନ୍ତି। ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି।
ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ସେ ଚେତାବନୀ ଦେଇଛନ୍ତି। ସମାଧାନ ନହେଲେ ୨୪ରୁ କଟକରେ ସମସ୍ତ ଘରୋଇ ବସ୍ ବନ୍ଦ ରହିବ। କଟକକୁ ବାହାରୁ କୌଣସି ବସ୍କୁ ଆସିବାକୁ ଦିଆଯିବ ନାହିଁ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ମଧ୍ୟ ଘରୋଇ ବସ୍ ମାଲିକ ସଂଘ ଦେବ। ଯଦି ମୁଖ୍ୟମନ୍ତ୍ରୀ ନ ଶୁଣିଲେ ତେବେ ୨୪ ପରେ ସାରା ରାଜ୍ୟରେ ବସ୍ ସେବା ବନ୍ଦ ବୋଲି କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ।
ଅଧିକ ପଢନ୍ତୁ: ଆସନ୍ତାକାଲି ଠାରୁ ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା, ୨୧ଟି ସେକ୍ସନରେ ହେବ ଗଣତି