ଅମିତ ଶାହ ଓ ଜେପି ନଡ୍ଡାଙ୍କ ପରେ ବର୍ତ୍ତମାନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନେଇ ରାଜ୍ୟ ବିଜେପି ଶିବିର ବେଶ ଚଳଚଞ୍ଚଳ ହୋଇଯାଇଛି । ବିଶେଷ ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୬ ତାରିଖରେ ଓଡିଶା ଆସିବେ । ସେ ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ରହ୍ମପୁର ଯିବେ । ଏହାପରେ ସେଠାରୁ ସେ ନବରଙ୍ଗପୁର ଯିବେ ବୋଲି ଜଣାପଡିଛି ।
ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ । ହେଲେ ଦଳ ତରଫରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଂଗପୁର ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭା ପାଇଁ ପ୍ରଧାନମନ୍ତ୍ରୀ ପ୍ରଚାର କରିବେ।
ସେହିପରି ମେ ୪ ତାରିଖରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓଡିଶା ଆସିବେ । ସେଦିନ ସେ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା ପରେ ସନ୍ଧ୍ୟାରେ ଏକ ଘରୋଇ ହୋଟେଲରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢନ୍ତୁ : କାଶୀ ଭଳିଆ ହେବ ସମ୍ବଲପୁର : କେନ୍ଦ୍ରମନ୍ତ୍ରୀ