ଗୋମାଂସ ଜବତରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକରେ ଏବେ ଗୋମାଂସ ବ୍ୟବସାୟ ବହୁତ ତୀବ୍ର ଗତି ରେ ଚାଲୁଛି । ଗତକାଲି ସମସ୍ତ ସୀମା ଅତିକ୍ରମ କରିଦେଇଛନ୍ତି କଂସେଇମାନେ ।
ସୂଚନା ଅନୁସାରେ ବାଲିପାଟଣା ଥାନା ଅନ୍ତର୍ଗତ ସାନେବନଗର ଗ୍ରାମର ଗୁପିକ ଖାଁ ଓ ତାଙ୍କ ପୁଅ ତକ ଖାଁ ଦୁହେଁ ମିଶି ଗୋରୁ କାଟିବା ସହିତ ରକ୍ତକୁ ନିକଟସ୍ଥ ନିମାପଡା ବ୍ରାଞ୍ଚ କେନାଲରେ ଫିଙ୍ଗିଦେଉଥିଲେ । କୌଣସି ବିଶେଷସୂତ୍ରରୁ ଖବର ପାଇ ଗୋରକ୍ଷକ ବଜରଙ୍ଗ ଦଳକୁ ମିଳିଥିଲା । ବଜରଙ୍ଗ ଦଳର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ବାଲିପାଟଣା ପୋଲିସକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ବହୁ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଠିକ ସମୟରେ ବାଲିପାଟଣା ପୋଲିସ ଏସଆଇ ତାଙ୍କ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମାଂସ କାଟୁଥିବା ବାପା ପୁଅ କୁ ଥାନାକୁ ଆଣିଥିଲେ । ବିଗତ ଦିନରେ ପେଟି ପେଟି ଗୋମାଂସ ଚାଲାଣ ସମୟରେ ପୋଲିସ ଏସବୁକୁ ଜବତ କରିଥିଲା । ଏହା ପରେ ମଧ୍ୟ ସୁଧୁରିବାର ନା ନେଉନାହାନ୍ତି ଏହି କଂସେଇମାନେ । ପୋଲିସ ସେମାନଙ୍କ ଠାରୁ ପ୍ରାୟ ଏକ କୁଇଣ୍ଟାଲ ଗୋମାଂସ ଜବତ କରିଥିଲେ । ଥାନାରେ ଶହେରୁ ଅଧିକ ବଜରଙ୍ଗ ଦଳର କର୍ମୀ ପହଞ୍ଚି ଏକ ଲିଖିତ ଏତଲା ଦେଇଥିଲେ । ତେବେ ବର୍ତ୍ତମାନ ପୋଲିସ ଏ ଘଟଣାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢନ୍ତୁ :- ହୀରାକୁଦ ଜଳଭଣ୍ଡାରରେ ବନ୍ଦ କରାଗଲା ୪ଟି ଗେଟ୍