ସୁନ୍ଦରଗଡ଼ : ଅଲୋଡା ହେଲା ନବଜାତ ଶିଶୁ। ରାଉରକେଲା ଉଦିତନଗର ଶୀତପଡ଼ାର ଏକ ନାଳ ନିକଟରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାପଡିଛି l ଶିଶୁ ପୁତ୍ରକୁ କେହି ବ୍ୟାଗରେ ପୁରାଇ ଫିଙ୍ଗି ଦେଇଥିବା କୁହାଯାଉଛି। ସ୍ଥାନୀୟ ଲୋକମାନେ ଶିଶୁପୁତ୍ରକୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁକୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି l ପ୍ରବଳ ବର୍ଷା ପରେ ବି ଶିଶୁଟି ବଞ୍ଚିଥିଲା। କିଏ କାହିଁକି, ଏମିତି ଅବସ୍ଥାରେ ଛୁଆଟିକୁ ଛାଡି ଯାଇଛି ପୁଲିସ ତାହାର ତଦନ୍ତ ଆରମ୍ଭ କରିଛି।