କରୋନା ସରିନି ସତର୍କ ରୁହନ୍ତୁ, ଜୁନ ମାସ ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ : ନବୀନ
Khabar Odisha:Naveen-pattnaik-video-message
ଭୁବନେଶ୍ୱର, ଜୁନ ୪ ( ଖବର ଓଡ଼ିଶା):

 କରୋନା ମୁକାବିଲା ଦିଗରେ ଜୁନ ମାସ ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ୨୫ ଦିନ ଅଧିକ ସତର୍କ ରହିଲେ କରୋନାରୁ ମୁକୁଳି ହେବ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଗାମୀ ୨୫ ଦିନ ବହୁ ଗୁରୁତ୍ୱପୂର୍ଣ୍ଣ ।  ଏହା ସହିତ କରୋନା ବିରୋଧୀ ଲଢ଼େଇରେ ଜିତିବା ପାଇଁ ରାଜ୍ୟବାସୀଙ୍କୁ ୫ଟି ଗୁରୁମନ୍ତ୍ର ଶୁଣାଇଛନ୍ତି ନବୀନ।

ଏହି ୫ଟି ପରାମର୍ଶ ସହ ଜୁନ୍ ମାସରେ ୧୭ଦିନ ଘରେ ରହିଲେ କରୋନା ସଂକ୍ରମଣକୁ ହ୍ରାସ କରିହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଦିନ ରାତି ୭ଟାରୁ ଭୋର ୫ଟା ପୁରା ୧୦ଘଣ୍ଟା କର୍ଫ୍ୟୁ ହେଉଛି । ତେଣୁ ସଟଡାଉନ୍ ଓ କର୍ଫ୍ୟୁ ମିଶି ଜୁନ୍ ମାସରେ ପୁରା ୧୭ଦିନ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅପିଲ କରିଛନ୍ତି ।

ଏହାସହିତ ସରକାରଙ୍କ ଲକ ଡାଉନ-ସଟ ଡାଉନ୍ ସରିଲେ ମଧ୍ୟ କରୋନା ସରିନି । ତେଣୁ ସମସ୍ତେ ଯଦି ‘ସେଲଫ୍ ଲକଡାଉନ୍‌’ରେ ରହିବେ ତା’ହେଲେ କରୋନାକୁ ନିୟନ୍ତ୍ରଣ କରିହେବ । ଜୀବନଜୀବିକା ଉଭୟ ଆମପାଇଁ ଗୁରୁତ୍ୱପୂର୍ଣ୍ଣ। ଜୀବିକା ନିମନ୍ତେ ଜୀବନ ପ୍ରତି ଯେଭଳି ବିପଦ ସୃଷ୍ଟି ନହେବ ସେଥିପାଇଁ ଦୃଷ୍ଟି ଦେବାକୁ ହେବ ।

ଏବେ ମୌସୁମୀ ଋତୁ ଆରମ୍ଭ ହେଉଥିବାରୁ ଥଣ୍ଡା,କାଶ, ଜ୍ୱର ଆଦି ହେବ। ସତର୍କ ରହିବାକୁ ପଡ଼ିବ। ଏବେ ଆମ ରାଜ୍ୟକୁ ପ୍ରାୟ ୫ଲକ୍ଷ ପ୍ରବାସୀ ଶ୍ରମିକ ଫେରିଥିବାରୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ବଢ଼ିଯାଇଛି । ତେଣୁ ଜୁନ୍ ମାସ  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

  • Tags:

Subscribe

National International State Sports Entertainment