ଆଗାମୀ ୩ରୁ ୪ ଦିନ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବ। ତେବେ ଓଡ଼ିଶାରେ ମୌସୁମୀ ଛୁଇଁବା ପରେ ଆସନ୍ତା ୨୫ତାରିଖରୁ ବର୍ଷା ପରିମାଣ ବଢିବା ସହିତ ୨୬ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ବିଜୁଳି ଘଡଘଡି ପାଇଁ ସତର୍କ ସୂଚନା ଦିଆଯାଇଛି। ରାଜ୍ୟରେ ପ୍ରାୟ ସବୁ ଜିଲାକୁ ଛୁଇଁଛି ମୌସୁମୀ। ମୌସୁମୀ ଅଗ୍ରସର ପାଇଁ ଏବେ ପାଗ ଅନୁକୂଳ ରହିଛି। ତେବେ ବର୍ଷା ପ୍ରଭାବରେ ଉପକୂଳରେ ଗୁଳୁଗୁଳି କମିଛି। ଉତ୍ତର ଉପକୂଳ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୩୦ଡିଗ୍ରୀ ରେକର୍ଡ ହୋଇଛି।
ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି। ଶନିବାର ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଫୁଲବାଣୀରେ ସବୁଠୁ ଅଧିକ ୫୧ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ଖୋର୍ଦ୍ଧା ୨୫ମି.ମି, ନବରଙ୍ଗପୁର ୨୮ ମି.ମି ଏବଂ ହୀରାକୁଦ ୧୨.୨ ମି.ମି ବର୍ଷା ହୋଇଛି। ଏଥିସହିତ ଭୁବନେଶ୍ୱର, କଟକ, ଜଗତସିଂହପୁର, ରାୟଗଡା ଏବଂ ସମ୍ବଲପୁର ଆଦି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ସେହିଭଳି ବୌଦ୍ଧ, କଳାହାଣ୍ଡି, କଟକ, ଜଗତସିଂହପୁର, ସୁନ୍ଦରଗଡ, ଖୋର୍ଦ୍ଧା, ନବରଙ୍ଗପୁର, ସୁବର୍ଣ୍ଣପୁର ଏବଂ ୟଗଡା ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ତେବେ ଆଗାମୀ ୩ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ପବନ ହେବାକୁ ଥିବାବେଳେ କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି। ମୌସୁମୀ ଅଗ୍ରସର ପାଇଁ ଏବେ ପାଗ ଅନୁକୂଳ ରହିଛି। ତେବେ ବର୍ଷା ପ୍ରଭାବରେ ଉପକୂଳରେ ଗୁଳୁଗୁଳି କମିଛି।