ଭୁବନେଶ୍ୱର : ମକର ସଂକ୍ରାନ୍ତିରେରେ ରାଜଧାନୀରେ ଅଘଟଣ। ମାଞ୍ଜା ସୁତାରେ ଯୁବକଙ୍କର କଟିଗଲା ବେକ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଖବର ଦେଲେ ଡାକ୍ତର। ଖବର ପାଇ କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ନମ୍ବର ମାର୍କେଟରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ମାଞ୍ଜା ସୁତା ଜବତ ହୋଇଛି।
ସୂଚନା ଅନୁସାରେ, ବିଗତ ୧ ମାସ ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ ମାଞ୍ଜା ସୁତା ବିକ୍ରି ପାଇଁ କଟକଣା ଜାରି କରାଯାଇଛି। କିଛି ବ୍ୟବସାୟୀ ଏହି ନିୟମକୁ ମାନୁଥିବା ବେଳେ ଅନ୍ୟ ବ୍ୟବସାୟୀ ମାନେ ଏହି କଟକଣାକୁ ଅବମାନନା କରୁଛନ୍ତି। ଯାହାଫଳରେ ଅନେକ ଅଘଟଣ ଘଟୁଛି। ଆଜି ମଧ୍ୟ ଭୁବନେବସର ସ୍ଥିତ ଏକ ନମ୍ବର ମାର୍କେଟରେ ବେଆଇନ ଭାବେ ମାଞ୍ଜା ସୁତା ବିକ୍ରି କରାଯାଉଥିଲା। ଏପରିକି ମାଞ୍ଜା ସୁତାରେ ଜଣେ ଯୁବକଙ୍କର ବେକ ମଧ୍ୟ କଟିଯାଇଛି। ତେଣୁ ଏବେ ପୁରା ଆକ୍ସନ ମୁଡ଼ରେ ପୋଲିସ। ଏକ ନମ୍ବର ମାର୍କେଟରେ ଚଢ଼ାଉ କରିଛି। ଜୋନ ୧ଏସିପିଙ୍କ ନେତୃତ୍ବରେ ଏଭଳି ଚାଇନା ସୁତା ବା ମାଞ୍ଜା ସୁତା ବିକ୍ରି ନେଇ ଯାଞ୍ଚ ହୋଇଛି। ବୁଲି ବୁଲି ମାର୍କେଟର ଅନେକ ଗୁଡି ଦୋକାନ ଓ ଗୋଦାମ ଯାଞ୍ଚ କରୁଛନ୍ତି।
ଅଧିକ ପଢନ୍ତୁ : ଚିଲିକା ଟାପୁରେ ବୁଲୁଛି ବାଘ, ୫ ଟି ବନ୍ୟପ୍ରାଣୀ ରେଞ୍ଜ୍ରେ ଚାଲିଛି ହିଂସ୍ର ଜୀବଜନ୍ତୁ ଗଣନା