ଆଜି ହେଉଛି ଭଗବାନ ପର୍ଶୁରାମଙ୍କ ଜନ୍ମଦିନ । ସେଥିପାଇଁ ସମ୍ବଲପୁରରେ ଭଗବାନ୍ ପର୍ଶୁରାମ ଙ୍କ ଜନ୍ମୋତ୍ସବ ବେଶ ଧୁମ୍ ଧାମ୍ ରେ ପାଳନ କରାଯାଉଛି । ଏହି ଅବସରରେ ଶ୍ରୀ ପର୍ଶୁରାମ ଯୁବକ ସଂଘ ପକ୍ଷରୁ ବ୍ରାହ୍ମଣ ମହିଳା ପ୍ରକୋଷ୍ଠ ଓ ବ୍ରାହ୍ମଣ ମହାସଭା ସହଯୋଗରେ ସହରର ପର୍ଶୁରାମ ଭବନଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କାରାଯାଇଛି । ଏହି ଅବସରରେ ଭଗବାନ ପର୍ଶୁରାମଙ୍କ ସ୍ୱତନ୍ତ୍ର ପୁଜାର୍ଚ୍ଚନା, ହୋମଯଜ୍ଞ, ମ଼ହାଆଳତି କାର୍ଯ୍ୟକ୍ରମ କରାଯାଇଥିଲା । ଏଥିସହିତ ଭଗବାନ୍ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲି। ଏହାସ଼ହ ଭଜନ ସଂଧ୍ୟା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଅଧିକା ପଢନ୍ତୁ:ବଞ୍ଚିଥିବା ରିପୋର୍ଟ ଦେବା ପାଇଁ ଧାରଣାରେ ବସିଛନ୍ତି ବୃଦ୍ଧା