ବଞ୍ଚିଥିବା ରିପୋର୍ଟ ଦେବା ପାଇଁ ଧାରଣାରେ ବସିଛନ୍ତି ବୃଦ୍ଧା । ରାୟଗଡ ତହସିଲ କାର୍ଯ୍ୟଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି ବୃଦ୍ଧା। ଗୁରୁବାର ଠାରୁ ଦିବାରାତ୍ର ଅନଶନରେ ବସିଛି ଆଉ ପାର୍ବତୀ କହୁଛି ମୁଁ ବଞ୍ଚିଚି ବୋଲି କହୁଛନ୍ତି ବୃଦ୍ଧା। ସରକାରୀ ନଥିପତ୍ରରେ ତାଙ୍କୁ ମୃତ ବୋଲି ପ୍ରମାଣିତ କରିଦିଆଯାଇଛି । ତେଣୁ ସରକାରୀ ନଥିପତ୍ରରେ ଜୀବନ୍ତ କର ବୋଲି ଦାବି କରିଛନ୍ତି ବୃଦ୍ଧ ମହିଳା । ଅନଶନରେ ବସିବା ପୁର୍ବରୁ ନିଜକୁ ଜୀବନ୍ତ ଘୋଷଣା କରିବା ପାଇଁ ପାର୍ବତୀ ତହସିଲଦାରଙ୍କ ଆଗରେ ନେହୁରା ବି ହୋଇଛି ତେବେ ତୃଟି ସୁଧାରିବା ପରିବର୍ତ୍ତେ, ମହିଳା ଅଧିକାରୀଙ୍କ ଠାରୁ ଦୁର୍ବ୍ୟବହାର ପାଇଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ବୃଦ୍ଧ ମହିଳା ଜଣକ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ସରକାରୀ ନଥିପତ୍ର କହୁଛି । ଏଥିସହ ପାର୍ବତୀଙ୍କୁ ୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଯୋଗୁଁ ଏକ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ଏଭଳି କ୍ଷେତ୍ରରେ ଗୋଟାଏ ଜୀବନ୍ତ ବୃଦ୍ଧାଙ୍କୁ କିଭଳି ରାଜସ୍ବ ବିଭାଗର କାଗଜପତ୍ରରେ ମାରିଦେଇଛନ୍ତି ତାହା ସବୁଠାରୁ ବଡ ବିସ୍ମୟର କଥା । ଏହାକୁ ନେଇ ରାୟଗଡ଼ା ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଯୋଗୁଁ ତାଙ୍କର ପ୍ରତିକ୍ରିୟାରେ ନିଜ ବିଭାଗର ଭୁଲ୍ ସ୍ବୀକାର କରିବାକୁ ନାରାଜ ହୋଇଥିବା ବେଳେ ମୃତ ବୋଲି କହି ପ୍ରମାଣ ପତ୍ର ଦେଇ ନାହାନ୍ତି କେବଳ ରିପୋର୍ଟରେ ମୃତ ଘୋଷଣା କରାଯାଇଥିବା ଫୋନ ଯୋଗେ କହିଛନ୍ତି।