ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ନୂଆ ପ୍ରାଣୀ ଆସୁଥିବା ବେଳେ ଏବେ ସେଠାରୁ ଆସିଛି ଏକ ଦୁଃଖଦ ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନରେ ରହୁଥିବା ଅସୁସ୍ଥ ବଉଳା କୁମ୍ଭୀରର ଗତ ରବିବାର ଅପରାହ୍ନ ରେ ମୃତ୍ୟୁ ହୋଇଛି । ସୂଚନା ଅନୂଯାୟୀ, ଏହି ବଉଳା କୁମ୍ଭୀରଟି ଗର୍ଭବତୀ ଥିବା ବେଳେ ଅଣ୍ଡା ନଦେଇ ପାରୁଥିବାରୁ କଷ୍ଟ ପାଉଥିଲା । ନନ୍ଦନକାନନରେ ଥିବା ପ୍ରାଣୀ ଚିକିତ୍ସକ ସେହି କୁମ୍ଭୀରଟିର ଚିକିତ୍ସା ଜାରୀ ରଖି ଥିଲେ ।
ଅନେକ ଚେଷ୍ଟା କରିବା ସତ୍ୱେ ସେହି କୁମ୍ଭୀରଟିକୁ ବଞ୍ଚାଇବାରେ ବିଫଳ ହୋଇଥିଲେ ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ । ଆଜି ସେହି କୁମ୍ଭୀରର ମୃତ ଦେହକୁ ବ୍ୟବଚ୍ଛେଦ କରାଯିବ । ଏହାପରେ କୁମ୍ଭୀରଟିର ମୃତ୍ୟୁର କାରଣଟି ଜଣାପଡିବ ବୋଲି କତ୍ତୃପକ୍ଷ ସୂଚନା ଦେଇଛି । ତେବେ ମୃତ୍ୟୁ ପୂର୍ବରୁ କୁମ୍ଭୀରଟି ଅସୁସ୍ଥ ହୋଇଥିବା ବେଳେ ଠିକ ଭାବରେ ଖାଦ୍ୟ ଗ୍ରହଣ କରିବା ମଧ୍ୟ ବନ୍ଦ କରି ଦେଇଥିଲା । ଏହା ଜାଣିବା ପରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରି ତାକୁ ଔଷଧ ଦେଇଥିଲେ । ତେବେ କୁମ୍ବୀରଟି ପ୍ରଥମ ଥର ପାଇଁ ଅଣ୍ଡା ଦେବାକୁ ଯାଉଥିବାରୁ କଷ୍ଟ ସହି ନ ପାରିଥିବାରୁ ତାହାର ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି ।